4 Oct, 2024
5 mins read
ପାର୍ବଣ ଋତୁ ପାଇଁ ୱଣ୍ଡର୍ଲା ଭୁବନେଶ୍ୱର ପକ୍ଷରୁ ଉତ୍ସାହଜନକ ଅଫର୍ର ଘୋଷଣା



ପାର୍ବଣ ଋତୁ ପାଇଁ ୱଣ୍ଡର୍ଲା ଭୁବନେଶ୍ୱର ପକ୍ଷରୁ ଉତ୍ସାହଜନକ ଅଫର୍ର ଘୋଷଣା
ଭୁବନେଶ୍ୱର : ଭାରତର ସର୍ବବୃହତ ଆମ୍ୟୁଜମେଂଟ୍ ପାର୍କ ଚେନ୍ ୱଣ୍ଡର୍ଲା ହଲିଡେଜ୍ ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏଁ ବୈଧ ଥିବା ପୂଜା ଉପହାର ଅଫର୍ର ଶୁଭାରମ୍ଭ କରିଛି । ଏହି ଅଫର୍ ପାର୍ବଣ ଋତୁ ସମୟରେ ୱଣ୍ଡର୍ଲା ଭୁବନେଶ୍ୱରରେ ପାର୍କ ଟିକେଟ ଉପରେ ସ୍ୱତନ୍ତ୍ର ରିହାତି ପ୍ରଦାନ କରୁଛି। ସୀମିତ ସମୟ ଅଫର ପାଇଁ ଏହି ଟିକେଟଗୁଡିକ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିବ। କେବଳ ୬୭୯ ଟଙ୍କାରେ ସମସ୍ତ ୨୧ରୁ ଅଧିକ ଲ୍ୟାଣ୍ଡ ଏବଂ ୱାଟର ରାଇଡ୍ ପାଇଁ ସୀମାହୀନ ସୁବିଧା ସହ ପାର୍କ ଟିକେଟ୍ ଏବଂ ଏହି ସୀମିତ ଅବଧି ଅଫର୍ ଅନ୍ଲାଇନ ବୁକିଙ୍ଗ୍ ପାଇଁ ଉପଲବ୍ଧ ହେଉଛି । ଏହି ଉତ୍ସବକୁ ବଜାୟ ରଖିବା ପାଇଁ ଓଡ଼ିଶାର ଏକମାତ୍ର ଆମ୍ୟୁଜମେଂଟ ପାର୍କ ୱଣ୍ଡରଲା ଭୁବନେଶ୍ୱର, ପର୍ଯ୍ୟଟକଙ୍କୁ ଏକ ଉତ୍ସବ ସ୍ୱତନ୍ତ୍ର ଥାଳି, ଉତ୍ସାହଭରା ଢୋଲ ପରିବେଷଣ, ଦାଣ୍ଡିଆ ନାଇଟ୍ସ, ଦମଦାର ଡ୍ୟାନ୍ସ ସୋ ଏବଂ ଏକ ରୋମାଂଚକର ଡିଜେରେ ସାମିଲ ହେବାକୁ ଆମନ୍ତ୍ରିତ କରିଛି । ଏହାଛଡା ଏହି ପାର୍କ ପାର୍ବଣ ଋତୁ ସମୟରେ ଅତିରିକ୍ତ ଏକ ଘଂଟା ପାଇଁ ଅର୍ଥାତ୍ ସନ୍ଧ୍ୟା ୭.୩୦ ମିନିଟ୍ ପର୍ଯ୍ୟନ୍ତ ଖୋଲା ରହିବ, ଯାହା ପରିଦର୍ଶକଙ୍କୁ ପାର୍ବଣ ଉତ୍ସବରେ ବୁଡ଼ି ରହିବା ଏବଂ ଉତ୍ସାହଜନକ ରାଇଡ୍ ଓ ଅନ୍ୟାନ୍ୟ କାର୍ଯ୍ୟକଳାପଗୁଡିକୁ ଉପଭୋଗ କରିବା ପାଇଁ ଅଧିକ ସମୟ ଦେବ।
ୱଣ୍ଡର୍ଲା ହଲିଡେଜ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅରୁଣ କେ.ଚିଟ୍ଟିଲାପ୍ପିଲ୍ଲୀ ପାର୍ବଣ ଅଫର୍ଗୁଡିକୁ ନେଇ ନିଜର ଉତ୍ସାହ ବ୍ୟକ୍ତ କରି କହିଛନ୍ତି, “ଆମେ ଆମର ଅତିଥିମାନଙ୍କୁ ଏହି ସ୍ୱତନ୍ତ୍ର ପାର୍ବଣ ଋତୁ ସମୟରେ ୱଣ୍ଡର୍ଲା ଭୁବନେଶ୍ୱରର ଆକର୍ଷଣୀୟ ଅନୁଭୂତି ଦେବା ପାଇଁ ଏକ ସୁଯୋଗ ପ୍ରଦାନ କରିବା ଲାଗି ଉତ୍ସାହିତ ରହିଛୁ। ଆମର ପୂଜା ଉପହାର ଅଫର୍କୁ ପରିବାର ଓ ବନ୍ଧୁମାନଙ୍କୁ ଏକାଠି ହେବା, ରୋମାଂଚକର ରାଇଡ୍ଗୁଡିକୁ ଉପଭୋଗ କରିବା ଏବଂ ସ୍ମରଣୀୟ ମୁହୂର୍ତ ସୃଷ୍ଟି କରିବା ପାଇଁ ପରିକଳ୍ପନା କରାଯାଇଛି। ଆମେ ସମସ୍ତଙ୍କୁ ଏହି ଶୁଭ ଅବସରକୁ ଆମ ସହ ପାଳନ କରିବା ଏବଂ ପାର୍କରେ ଆମର ଅତୁଳନୀୟ ରିହାତି ଓ ଉତ୍ସବର ଲାଭ ଉଠାଇବାକୁ ଆମନ୍ତ୍ରଣ କରୁଛୁ।” ୱଣ୍ଡରଲା ପରିଦର୍ଶକମାନେ ଅନ୍ଲାଇନ ପୋର୍ଟାଲରେ
FEATURED NEWS

21 Mar, 2025
2 mins read
Expect Footfall To Grow By 5-10% This Summer Season: Wonderla Holidays’ Arun K Chittilappilly

NDTV Profit

13 Mar, 2025
2 mins read
25ാം വര്ഷത്തില് 550 കോടിയുടെ പാര്ക്ക് ചെന്നൈയില്; വണ്ടര്ലാ മുന്നേറ്റം തുടരുന്നു

Manorama

9 Mar, 2025
2 mins read
Riding the heatwave: Water parks in India see surge in summer footfall





